Posts

Showing posts from September, 2017

ଆଧାର ଲିଙ୍କ୍ ନେଇ ମନେ ରଖନ୍ତୁ ୪ଟି ବିଶେଷ ତାରିଖ ! ଭୁଲି ଗଲେ ହୋଇପାରନ୍ତି ସାରା ଜୀବନ ହନ୍ତସନ୍ତ

Image
ଆଧାର ଲିଙ୍କ୍ ନେଇ ମନେ ରଖନ୍ତୁ ୪ଟି ବିଶେଷ ତାରିଖ ! ଭୁଲି ଗଲେ ହୋଇପାରନ୍ତି ସାରା ଜୀବନ ହନ୍ତସନ୍ତ କେନ୍ଦ୍ର ସରକାର ଆଧାର କାର୍ଡକୁ ଏଣିକି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ସମସ୍ତ କାର୍ଯ୍ୟ ପାଇଁ ବାଧ୍ୟତାମୂଳକ କରିଦେଇଛନ୍ତି । ଯେଉଁଥି ପାଇଁ କି ଲଗାତର ଭାବେ ସରକାର ଆଧାରକାର୍ଡକୁ ଜନ ମଙ୍ଗଳକାରୀ ଯୋଜନାଗୁଡିକ ସମେତ ଅନ୍ୟ ଯୋଜନା ସହିତ ଯୋଡିବାକୁ ପ୍ରୟାସ ଜାରି ରଖିଛନ୍ତି ।ସରକାର ମୋବାଇଲ୍ ନମ୍ବରକୁ ଆଧାର ସହ ଲିଙ୍କ କରିବାର ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି । ଏଭଳି ଭାବେ ଆଧାର କାର୍ଡକୁ ବିଭିନ୍ନ ଯୋଜନା ତଥା କାର୍ଯ୍ୟ ପାଇଁ ସଂଯୋଗ କରିବା ଲାଗି ବି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର କରିଛନ୍ତି ସରକାର । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ତାରିଖ ପୂର୍ବରୁ ଯଦି ଆପଣ ନିଜର ଆଧାର କାର୍ଡକୁ ଲିଙ୍କ କରି ନାହାଁନ୍ତି ତେବେ ଏଥିପାଇଁ ନିଶ୍ଚିତ ରୂପେ ଆପଣ ଅସୁବିଧାରେ ପଡି ପାରନ୍ତି । ତେଣୁ ଯେତେ ଶୀଘ୍ର ପାରିବେ ଆପଣ ପାନ କାର୍ଡ ଏବଂ ମୋବାଇଲ ନମ୍ବର ସମେତ ଅନ୍ୟ ଯୋଜନାଗୁଡିକ ସହିତ ନିଜର ଆଧାର କାର୍ଡକୁ ଲିଙ୍କ କରି ଦିଅନ୍ତୁ । ଏହା ଆପଣଙ୍କ ପାଇଁ ନିହାତି ଜରୁରୀ ତଥା ଫଳପ୍ରଦ ରହିବ । ଏଥିସହିତ ଆପଣଙ୍କୁ ଆଉ ଲିଙ୍କ କରିବାର ଶେଷ ତାରିଖର ଚିନ୍ତା ମଧ୍ୟ ରହିବ ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏଭଳି ୪ଟି ବିଶେଷ ତାରିଖ ସଂପର୍କରେ ଯା...

ମ୍ୟାରିୟେନେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ

Image
ହରେନ୍ଦ୍ର ସିଂହ ମହିଳା ହକି ଦଳର ହାଇ ପରଫର୍ମମାନ୍‌ସ ପ୍ର     ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ୟୋଏର୍ଡ  ମ୍ୟାରିୟେନେଙ୍କୁ ନିଯୁକ୍ତ କରାଯାଇଥିବା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଶୁକ୍ରବାର ଘୋଷଣା କରିଛନ୍ତି । ମ୍ୟାରିୟେନେ ବର୍ତ୍ତମାନ ଭାରତୀୟ ସିନିୟର ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।  ଅନ୍ୟପକ୍ଷରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ହରେନ୍ଦ୍ର ସିଂହଙ୍କୁ ମହିଳା ହକି ଦଳର ହାଇ ପରଫର୍ମମାନ୍‌ସ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ସୂଚନାଥାଉକି ଅନ୍ତର୍ଜାତୀୟ ମ୍ୟାଚ୍‌ ଗୁଡ଼ିକରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ହକି ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ ପଦରୁ ଓଲଟ୍‌ମ୍ୟାନସ୍‌ଙ୍କୁ ବହିଷ୍କାର କରିଥିଲା । ତାଙ୍କ ସ୍ଥାନରେ ଡେଭିଡ ଜନ୍‌ଙ୍କୁ ଅସ୍ଥାୟୀ ଭାବେ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା ।  ଉଭୟ ମ୍ୟାରିୟେନେ ଓ ହରେନ୍ଦ୍ର ୨୦୨୦ ଟୋକିଓ ଅଲିମ୍ପିକ୍‌ସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ହକି ଇଣ୍ଡିଆର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି । ସାଇ ଓ ହକି ଇଣ୍ଡିଆ ପଦାଧିକାରୀଙ୍କ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମ୍ୟାରିୟେନେଙ୍କୁ ସିନିୟର ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଓ ହରେନ୍ଦ୍ରଙ୍...

ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ନେଲେ ନିର୍ମଳା

Image
    ନୂଆଦିଲ୍ଲୀ : ନିର୍ମଳା ସୀତାରମଣ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶର ନିରାପତ୍ତା (ବାହ୍ୟ ଓ ଆଭ୍ୟନ୍ତରୀଣ) ସମେତ ସେନାବାହିନୀ କର୍ମଚାରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବେ ବୋଲି ନିର୍ମଳା କହିଛନ୍ତି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ଅରୁଣ ଜେଟ୍‌ଲି ଜାପାନ ଗସ୍ତରୁ ଫେରିବାପରେ ହିଁ ନିର୍ମଳାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଛନ୍ତି । ସ୍ୱାଧୀନଭାବେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇବାପରେ ନିର୍ମଳା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ପୂର୍ବରୁ ୧୯୮୦ରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇବର୍ଷ ଧରି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିଜ ଅଧୀନରେ ରଖିଥିଲେ ।  

ଟେଷ୍ଟ ମାନ୍ୟତାରେ ୧ନମ୍ବର ସ୍ଥାନ ବଜାୟ ରଖିଲା ଭାରତ

Image
    ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ୧ନଂ ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ରହିଛି । ଶ୍ରୀଲଙ୍କାକୁ ଟେଷ୍ଟ ସିରିଜ୍‌ରେ ୩-୦ରେ ପରାସ୍ତ କରିଥିବା ଭାରତ ୧୨୫ ପଏଣ୍ଟ ହାସଲ କରି ୧ନଂ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜ୍‌ ଅମୀମାସିଂତ ରଖିଥିବା ଅଷ୍ଟ୍ରେଲିଆ ଦଳ ୯୭ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ମାନ୍ୟତାର ୪ର୍ଥ ସ୍ଥାନ ରହିଥିବା ବେଳେ ଦକ୍ଷିଣ ଆଫି୍ରକା ୧୧୦ ପଏଣ୍ଟ ସହ ୨ୟ ଓ ଇଂଲଣ୍ଡ ୧୦୫ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ବିରୁଦ୍ଧ ଟେଷ୍ଟ ସିରିଜ୍‌ ୧-୧ରେ ଅମୀମାସିଂତ ରଖିବାକୁ ସକ୍ଷମ ହୋଇଥିବା ବାଂଲାଦେଶ ୭୪ ପଏଣ୍ଟ ହାସଲ କରି ୯ମ ସ୍ଥାନରେ ଥିବା ବେଳେ ଜିମ୍ବାୱେ ୧୦ମ ସ୍ଥାନରେ ରହିଛି ।   

ମେକ୍ସିକୋରେ ଭୂ-କମ୍ପ ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ

Image
    ମେକ୍ସିକୋ: ମେକ୍ସିକୋରେ  ରିକ୍ଟର ସ୍କେଲରେ ୮.୧ ତିବ୍ରତାର ଭୂକମ୍ପ ଆସିବା ଯୋଗୁ ୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ମେକ୍ସିକୋର ଦକ୍ଷିଣ ଉପକୂଳରେ ଗୁରୁବାର ରାତିରେ ଏହି ଭୂ-କମ୍ପ ଆସିଥିଲା । ଏହି ଭୂ-କମ୍ପ ଯୋଗୁଁ ଅନେକ ବଡ ବଡ କୋଠାଘରେ ଫାଟ ସୃଷ୍ଟି ହୋଇଛି ।ଏଥିଯୋଗୁଁ  ଏକ ଛୋଟ ଧରଣର ସୁନାମୀ ମେକ୍ସିକୋ ଉପକୂଳର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିଲା ।   ୧୯୮୫ରେ ହୋଇଥିବା ଭୂକମ୍ପଠାରୁ ଏହାର ତିବ୍ରତା ଅଧିକ। ସେତେବେଳେ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏଥର ମେକ୍ସିକୋ ଅପେକ୍ଷା କୃତ କମ କ୍ଷତିଗସ୍ତ ହୋଇଛି । ମାତ୍ର ଏହି ଭୂକମ୍ପର ପ୍ରଭାବରେ ଦକ୍ଷିଣ ମେକ୍ସିକୋରେ କେତକ ଘର ଭୁଶୁଡି ପଡିଛି । ପିଜିପିଆନ ସହରର ପ୍ରାୟ ୮୭ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ମଧ୍ୟରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଆମେରିକାର  ଗବେଷଣା ସଂସ୍ଥା ୟୁଏସ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଏହି ଭୂକମ୍ପପରେ ମେକ୍ସିକୋର ଦକ୍ଷିଣ ତଟରୁ ସମୁଦ୍ର ୫୦ ମିଟର ପଛକୁ ଯିବାପରେ କିଛି ସମୟପରେ  ପ୍ରାୟ ୨.୭ ଫୁଟ ଉଚ୍ଚତାର ସୁନାମୀ ଲହରୀ ଆସିଥିଲା।  

ସୁପ୍ରିମକୋର୍ଟଙ୍କୁ ନୂତନ ସମ୍ବିଧାନ ପ୍ରଦାନ କରିବ ସିଓଏ

Image
ବିସିସିଆଇର ନୂତନ ସମ୍ବିଧାନ     ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ବିସିସିଆଇର ୨ ଜଣିଆ ପ୍ରଶାସକ କମିଟି (ସିଓଏ) ବିସିସିଆଇ ଓ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଲାଗି ନୂତନ ସମ୍ବିଧାନ ପ୍ରସ୍ତୁତ କରିସାରିଛି । ଚଳିତମାସ ୧୧ରେ ସିଓଏ ସୁପ୍ରିମକୋର୍ଟଙ୍କୁ ଏହି ସମ୍ବିଧାନ ପ୍ରଦାନ କରିବ ବୋଲି କହିଛି । ଗତମାସ ୨୩ରେ ସୁପ୍ରିମକୋର୍ଟରେ ସିଓଏ ଲୋଧା କମିଟି ସୁପାରିସ ଲାଗୁକରିବା ନେଇ ୫ମ ସ୍ଥିତାବସ୍ଥା (ଷ୍ଟାଟସ୍‌) ରିପୋର୍ଟ ପ୍ରଦାନ କରିଥିଲେ । ଲୋଧା କମିଟି ସୁପାରିସକୁ ସମ୍ପୂର୍ଣ୍ଣ ଭାବେ ଲାଗୁକରିବା ଲାଗି ୨୦୧୬ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ନିର୍ଦେଶ ଦେବା ଏବଂ ୨୦୧୭ ଜୁଲାଇ ୨୪ରେ ସୁପାରିସ ଲାଗୁ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେବା ପରେ ମଧ୍ୟ ବିସିସିଆଇ କିମ୍ବା ରାଜ୍ୟ ଆସୋସିଏସନ୍‌ ଏହାକୁ ସମ୍ପୂର୍ଣ୍ଣଭାବେ ଲାଗୁ କରିନଥିବାରୁ ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକର ଓ ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଅତ୍ୟନ୍ତ ବିରକ୍ତି ପ୍ରକାଶ କରିଥିଲେ । ଏହାସହ ବିସିସିଆଇ ପାଇଁ ଏକ ନୂତନ ସମ୍ବିଧାନ ଅଗଷ୍ଟ ୩୦ ସୁଦ୍ଧା ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ସିଓଏକୁ ନିର୍ଦେଶ ଦେଇଥିଲେ । ଅଧ୍ୟକ୍ଷ ବିନୋଦ ରାୟ ଓ ସଦସ୍ୟା ଡାଏନା ଏଡୁଲ୍‌ଜିଙ୍କୁ ନେଇ ଗଠିତ ସିଓଏ ନୂତନ ସମ୍ବିଧାନ ପ୍ରସ୍ତୁତ କରିବା ପରେ ଶୁକ୍ରବାର ବିସିିସିଆଇର ସିଇଓ ...

ସୌରଶକ୍ତି ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିବ କୃତ୍ରିମ ପତ୍ର

Image
ସୌରଶକ୍ତି ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିବ କୃତ୍ରିମ ପତ୍ର      ଭାରତୀୟ ବୈଜ୍ଞାନିକ ମାନେ ଏକ ଅନନ୍ୟ ଉପଲବ୍ଧି ହାସଲ କରିଛନ୍ତି । ସେମାନେ ଏକ କୃତ୍ରିମ ପତ୍ର ତିଆରି କରିଛନ୍ତି ଯାହାକି ସୌରଶକ୍ତି ବା ଖରା ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିପାରିବ । ଏହି କୃତ୍ରିମ ପତ୍ର ସୂର୍ଯ୍ୟକିରଣକୁ ଶୋଷି ରଖିବା ସହ ପାଣିର ସହାୟତାରେ ଉଦ୍‌ଯାନ ଶକ୍ତି ଉତ୍ପନ୍ନ କରିବ । ବୈଜ୍ଞାନିକଙ୍କ ଏଭଳି ଉଦ୍ୟମ ଦ୍ୱାରା ଭବିଷ୍ୟତରେ ଯାନବାହନଙ୍କ ପାଇଁ ସ୍ୱଚ୍ଛ ପରିବେଶଯୁକ୍ତ ଇନ୍ଧନ ଉତ୍ପନ୍ନର ରାସ୍ତା ପ୍ରଶସ୍ତ ହେବ । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ବସ୍ତୁ ବହୁତ ପତଳା ଅଟେ ଏବଂ ବିନା କୌଣସି ତାର ସାହାଯ୍ୟରେ କାର୍ଯ କରିପାରିବ । ଦେଖିବାକୁ ଏକ ଛୋଟ ପତ୍ର ଭଳି ଏହି ବସ୍ତୁ ଖରା ଏବଂ ପାଣିର ଉପଯୋଗରେ ଉଦ୍‌ଯାନ ଶକ୍ତି ଉତ୍ପନ୍ନ କରି ପାରିବ । ପୁଣେ ସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ରାସାୟନିକ ପ୍ରୟୋଗଶାଳାରେ  କାର୍ଯ୍ୟରତ ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ସି.ଏସ ଗୋପୀନାଥ କହିଛନ୍ତି ଅକ୍ଷୟ ଶକ୍ତିର ବ୍ୟବହାର କରି ଏଭଳି ଶକ୍ତି ଉତ୍ପନ୍ନ କରିବା ଏବଂ ଏହାକୁ ପର୍ଯ୍ୟାବରଣ ସୁରକ୍ଷା ଦିଗରେ ବ୍ୟବହାର କରିବା ହେଉଛି ଆମର ଲକ୍ଷ୍ୟ । ଗୋପୀନାଥ ଏହା ମଧ୍ୟ କହିଛନ୍ତି ଯେ ସେ ଏବଂ ତାଙ୍କ ଦଳ ଗତ ଏକ ଦଶନ୍ଧିରୁ ଏଭଳି ଶକ୍ତି ଉତ୍ପନ୍ନ ଦିଗର...

୭୧କୋଟି ଇମେଲ ଆଇଡି ହ୍ୟାକ୍

Image
୭୧କୋଟି ଇମେଲ ଆଇଡି ହ୍ୟାକ୍     ନୂଆଦିଲ୍ଲୀ:ନିକଟରେ ଏକ ସିକୁ୍ୟରିଟି ରିସର୍ଚ୍ଚ ଟିମ ପକ୍ଷରୁ ଏକ ବଡ ଧରଣର ଡାଟା ଲିକ ହୋଇଥିବାର ଖବର ପ୍ରକାଶ କରାଯାଇଛି ।ଟିମ ପକ୍ଷରୁ କୁହାଯାଇଛିଯେ  ପ୍ରାୟ ୭୧କୋଟିରୁ ଅଧିକ  ଇମେଲ ଆଡ୍ରେସ, ପାସୱାର୍ଡସ, ଏବଂ ଫୋନ ନମ୍ବରକୁ  ମିସକନଫିଗର୍ଡ ସ୍ପାମ ବୋଟ ଦ୍ୱାରା ଅନଲାଇନ ଲିକ କରାଯାଇଛି । ପ୍ୟାରିସର ଏକ ସର୍ବେକ୍ଷକ  ବେନକୋବ ୭୧କୋଟିରୁ ଅଧିକ ଇମେଲ ଆଡ୍ରେସ ବାଲା ଏକ ସ୍ପାମ ଦେଖି ଥିବାର ଦାବି କରିଛନ୍ତି । ସେ ‘ଅନଲାଇନର’ ନାମକ ଏକ ସ୍ପାମ ବୋଟ ଦେଖିଛନ୍ତି ଯାହା ମେଲ ଗ୍ରହଣ କରୁଥିବା କମ୍ପୁଟର ମାନଙ୍କ ବିଷୟରେ  ଡାଟା ଏକତ୍ର କରିବାରେ ସହାୟକ ହେବ । ତେବେ ପ୍ରଥମଥର ପାଇଁ ଏତେ ବଡ ଡାଟା ଲିକ କରାଯାଇଛି ବୋଲି ସୂଚନା ମିଳିଛି ।