Skip to main content
୭୧କୋଟି ଇମେଲ ଆଇଡି ହ୍ୟାକ୍
୭୧କୋଟି ଇମେଲ ଆଇଡି ହ୍ୟାକ୍
ନୂଆଦିଲ୍ଲୀ:ନିକଟରେ ଏକ ସିକୁ୍ୟରିଟି ରିସର୍ଚ୍ଚ ଟିମ ପକ୍ଷରୁ ଏକ ବଡ ଧରଣର ଡାଟା
ଲିକ ହୋଇଥିବାର ଖବର ପ୍ରକାଶ କରାଯାଇଛି ।ଟିମ ପକ୍ଷରୁ କୁହାଯାଇଛିଯେ ପ୍ରାୟ ୭୧କୋଟିରୁ
ଅଧିକ ଇମେଲ ଆଡ୍ରେସ, ପାସୱାର୍ଡସ, ଏବଂ ଫୋନ ନମ୍ବରକୁ ମିସକନଫିଗର୍ଡ ସ୍ପାମ ବୋଟ
ଦ୍ୱାରା ଅନଲାଇନ ଲିକ କରାଯାଇଛି ।
ପ୍ୟାରିସର ଏକ ସର୍ବେକ୍ଷକ ବେନକୋବ ୭୧କୋଟିରୁ ଅଧିକ ଇମେଲ ଆଡ୍ରେସ ବାଲା ଏକ
ସ୍ପାମ ଦେଖି ଥିବାର ଦାବି କରିଛନ୍ତି । ସେ ‘ଅନଲାଇନର’ ନାମକ ଏକ ସ୍ପାମ ବୋଟ
ଦେଖିଛନ୍ତି ଯାହା ମେଲ ଗ୍ରହଣ କରୁଥିବା କମ୍ପୁଟର ମାନଙ୍କ ବିଷୟରେ ଡାଟା ଏକତ୍ର
କରିବାରେ ସହାୟକ ହେବ । ତେବେ ପ୍ରଥମଥର ପାଇଁ ଏତେ ବଡ ଡାଟା ଲିକ କରାଯାଇଛି ବୋଲି
ସୂଚନା ମିଳିଛି ।
Comments
Post a Comment