ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ନେଲେ ନିର୍ମଳା

ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ନେଲେ ନିର୍ମଳା  
 

ନୂଆଦିଲ୍ଲୀ : ନିର୍ମଳା ସୀତାରମଣ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶର ନିରାପତ୍ତା (ବାହ୍ୟ ଓ ଆଭ୍ୟନ୍ତରୀଣ) ସମେତ ସେନାବାହିନୀ କର୍ମଚାରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବେ ବୋଲି ନିର୍ମଳା କହିଛନ୍ତି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ଅରୁଣ ଜେଟ୍‌ଲି ଜାପାନ ଗସ୍ତରୁ ଫେରିବାପରେ ହିଁ ନିର୍ମଳାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଛନ୍ତି । ସ୍ୱାଧୀନଭାବେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇବାପରେ ନିର୍ମଳା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ପୂର୍ବରୁ ୧୯୮୦ରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇବର୍ଷ ଧରି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିଜ ଅଧୀନରେ ରଖିଥିଲେ ।

 

Comments