ମେକ୍ସିକୋରେ ଭୂ-କମ୍ପ ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ

ମେକ୍ସିକୋରେ ଭୂ-କମ୍ପ ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ 
 
ମେକ୍ସିକୋ: ମେକ୍ସିକୋରେ  ରିକ୍ଟର ସ୍କେଲରେ ୮.୧ ତିବ୍ରତାର ଭୂକମ୍ପ ଆସିବା ଯୋଗୁ ୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ମେକ୍ସିକୋର ଦକ୍ଷିଣ ଉପକୂଳରେ ଗୁରୁବାର ରାତିରେ ଏହି ଭୂ-କମ୍ପ ଆସିଥିଲା । ଏହି ଭୂ-କମ୍ପ ଯୋଗୁଁ ଅନେକ ବଡ ବଡ କୋଠାଘରେ ଫାଟ ସୃଷ୍ଟି ହୋଇଛି ।ଏଥିଯୋଗୁଁ  ଏକ ଛୋଟ ଧରଣର ସୁନାମୀ ମେକ୍ସିକୋ ଉପକୂଳର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିଲା । 
୧୯୮୫ରେ ହୋଇଥିବା ଭୂକମ୍ପଠାରୁ ଏହାର ତିବ୍ରତା ଅଧିକ। ସେତେବେଳେ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏଥର ମେକ୍ସିକୋ ଅପେକ୍ଷା କୃତ କମ କ୍ଷତିଗସ୍ତ ହୋଇଛି । ମାତ୍ର ଏହି ଭୂକମ୍ପର ପ୍ରଭାବରେ ଦକ୍ଷିଣ ମେକ୍ସିକୋରେ କେତକ ଘର ଭୁଶୁଡି ପଡିଛି । ପିଜିପିଆନ ସହରର ପ୍ରାୟ ୮୭ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ମଧ୍ୟରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଆମେରିକାର  ଗବେଷଣା ସଂସ୍ଥା ୟୁଏସ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଏହି ଭୂକମ୍ପପରେ ମେକ୍ସିକୋର ଦକ୍ଷିଣ ତଟରୁ ସମୁଦ୍ର ୫୦ ମିଟର ପଛକୁ ଯିବାପରେ କିଛି ସମୟପରେ  ପ୍ରାୟ ୨.୭ ଫୁଟ ଉଚ୍ଚତାର ସୁନାମୀ ଲହରୀ ଆସିଥିଲା।
 

Comments