ସୌରଶକ୍ତି ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିବ କୃତ୍ରିମ ପତ୍ର



ସୌରଶକ୍ତି ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିବ କୃତ୍ରିମ ପତ୍ର

 

ସୌରଶକ୍ତି ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିବ କୃତ୍ରିମ ପତ୍ର   
ଭାରତୀୟ ବୈଜ୍ଞାନିକ ମାନେ ଏକ ଅନନ୍ୟ ଉପଲବ୍ଧି ହାସଲ କରିଛନ୍ତି । ସେମାନେ ଏକ କୃତ୍ରିମ ପତ୍ର ତିଆରି କରିଛନ୍ତି ଯାହାକି ସୌରଶକ୍ତି ବା ଖରା ଏବଂ ପାଣିରୁ ଇନ୍ଧନ ପ୍ରସ୍ତୁତ କରିପାରିବ । ଏହି କୃତ୍ରିମ ପତ୍ର ସୂର୍ଯ୍ୟକିରଣକୁ ଶୋଷି ରଖିବା ସହ ପାଣିର ସହାୟତାରେ ଉଦ୍‌ଯାନ ଶକ୍ତି ଉତ୍ପନ୍ନ କରିବ । ବୈଜ୍ଞାନିକଙ୍କ ଏଭଳି ଉଦ୍ୟମ ଦ୍ୱାରା ଭବିଷ୍ୟତରେ ଯାନବାହନଙ୍କ ପାଇଁ ସ୍ୱଚ୍ଛ ପରିବେଶଯୁକ୍ତ ଇନ୍ଧନ ଉତ୍ପନ୍ନର ରାସ୍ତା ପ୍ରଶସ୍ତ ହେବ । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ବସ୍ତୁ ବହୁତ ପତଳା ଅଟେ ଏବଂ ବିନା କୌଣସି ତାର ସାହାଯ୍ୟରେ କାର୍ଯ କରିପାରିବ । ଦେଖିବାକୁ ଏକ ଛୋଟ ପତ୍ର ଭଳି ଏହି ବସ୍ତୁ ଖରା ଏବଂ ପାଣିର ଉପଯୋଗରେ ଉଦ୍‌ଯାନ ଶକ୍ତି ଉତ୍ପନ୍ନ କରି ପାରିବ । ପୁଣେ ସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ରାସାୟନିକ ପ୍ରୟୋଗଶାଳାରେ  କାର୍ଯ୍ୟରତ ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ସି.ଏସ ଗୋପୀନାଥ କହିଛନ୍ତି ଅକ୍ଷୟ ଶକ୍ତିର ବ୍ୟବହାର କରି ଏଭଳି ଶକ୍ତି ଉତ୍ପନ୍ନ କରିବା ଏବଂ ଏହାକୁ ପର୍ଯ୍ୟାବରଣ ସୁରକ୍ଷା ଦିଗରେ ବ୍ୟବହାର କରିବା ହେଉଛି ଆମର ଲକ୍ଷ୍ୟ । ଗୋପୀନାଥ ଏହା ମଧ୍ୟ କହିଛନ୍ତି ଯେ ସେ ଏବଂ ତାଙ୍କ ଦଳ ଗତ ଏକ ଦଶନ୍ଧିରୁ ଏଭଳି ଶକ୍ତି ଉତ୍ପନ୍ନ ଦିଗରେ ଗବେଷଣାରତ ଥିଲେ । ସେ କହିଛନ୍ତି ଉଦ୍‌ଯାନକୁ ଜଳାଇବା ପରେ ଏଥିରୁ ଶକ୍ତି ଉତ୍ପନ୍ନ ହେବା ସହ ଜଳ ମଧ୍ୟ ମିଳିଥାଏ । ଯାହାକି ବର୍ତ୍ତମାନର ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଭାରତରେ ପ୍ରବଳ ଟାଣ ତୀକ୍ଷଣ ଖରା ହେଉଥିଲେ ମଧ୍ୟ ଏଥିରୁ ଶକ୍ତି ଉତ୍ପାଦନ କରିବା ନେଇ କୌଣସି ଉଦ୍ୟମ ହୋଇପାରୁନାହିଁ ।

Comments