ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ୧ନଂ ସ୍ଥାନ ବଜାୟ ରଖିଥିବା ବେଳେ
ଅଷ୍ଟ୍ରେଲିଆ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ରହିଛି । ଶ୍ରୀଲଙ୍କାକୁ ଟେଷ୍ଟ
ସିରିଜ୍ରେ ୩-୦ରେ ପରାସ୍ତ କରିଥିବା ଭାରତ ୧୨୫ ପଏଣ୍ଟ ହାସଲ କରି ୧ନଂ ସ୍ଥାନରେ ରହିଛି
। ଅନ୍ୟପକ୍ଷରେ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜ୍ ଅମୀମାସିଂତ ରଖିଥିବା
ଅଷ୍ଟ୍ରେଲିଆ ଦଳ ୯୭ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ମାନ୍ୟତାର ୪ର୍ଥ
ସ୍ଥାନ ରହିଥିବା ବେଳେ ଦକ୍ଷିଣ ଆଫି୍ରକା ୧୧୦ ପଏଣ୍ଟ ସହ ୨ୟ ଓ ଇଂଲଣ୍ଡ ୧୦୫ ପଏଣ୍ଟ ସହ
୩ୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ବିରୁଦ୍ଧ ଟେଷ୍ଟ ସିରିଜ୍ ୧-୧ରେ ଅମୀମାସିଂତ
ରଖିବାକୁ ସକ୍ଷମ ହୋଇଥିବା ବାଂଲାଦେଶ ୭୪ ପଏଣ୍ଟ ହାସଲ କରି ୯ମ ସ୍ଥାନରେ ଥିବା ବେଳେ
ଜିମ୍ବାୱେ ୧୦ମ ସ୍ଥାନରେ ରହିଛି ।
Comments
Post a Comment