ଆଧାର ଲିଙ୍କ୍ ନେଇ ମନେ ରଖନ୍ତୁ ୪ଟି ବିଶେଷ ତାରିଖ ! ଭୁଲି ଗଲେ ହୋଇପାରନ୍ତି ସାରା ଜୀବନ ହନ୍ତସନ୍ତ
ଆଧାର ଲିଙ୍କ୍ ନେଇ ମନେ ରଖନ୍ତୁ ୪ଟି ବିଶେଷ ତାରିଖ ! ଭୁଲି ଗଲେ ହୋଇପାରନ୍ତି ସାରା ଜୀବନ ହନ୍ତସନ୍ତ କେନ୍ଦ୍ର ସରକାର ଆଧାର କାର୍ଡକୁ ଏଣିକି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ସମସ୍ତ କାର୍ଯ୍ୟ ପାଇଁ ବାଧ୍ୟତାମୂଳକ କରିଦେଇଛନ୍ତି । ଯେଉଁଥି ପାଇଁ କି ଲଗାତର ଭାବେ ସରକାର ଆଧାରକାର୍ଡକୁ ଜନ ମଙ୍ଗଳକାରୀ ଯୋଜନାଗୁଡିକ ସମେତ ଅନ୍ୟ ଯୋଜନା ସହିତ ଯୋଡିବାକୁ ପ୍ରୟାସ ଜାରି ରଖିଛନ୍ତି ।ସରକାର ମୋବାଇଲ୍ ନମ୍ବରକୁ ଆଧାର ସହ ଲିଙ୍କ କରିବାର ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି । ଏଭଳି ଭାବେ ଆଧାର କାର୍ଡକୁ ବିଭିନ୍ନ ଯୋଜନା ତଥା କାର୍ଯ୍ୟ ପାଇଁ ସଂଯୋଗ କରିବା ଲାଗି ବି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର କରିଛନ୍ତି ସରକାର । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ତାରିଖ ପୂର୍ବରୁ ଯଦି ଆପଣ ନିଜର ଆଧାର କାର୍ଡକୁ ଲିଙ୍କ କରି ନାହାଁନ୍ତି ତେବେ ଏଥିପାଇଁ ନିଶ୍ଚିତ ରୂପେ ଆପଣ ଅସୁବିଧାରେ ପଡି ପାରନ୍ତି । ତେଣୁ ଯେତେ ଶୀଘ୍ର ପାରିବେ ଆପଣ ପାନ କାର୍ଡ ଏବଂ ମୋବାଇଲ ନମ୍ବର ସମେତ ଅନ୍ୟ ଯୋଜନାଗୁଡିକ ସହିତ ନିଜର ଆଧାର କାର୍ଡକୁ ଲିଙ୍କ କରି ଦିଅନ୍ତୁ । ଏହା ଆପଣଙ୍କ ପାଇଁ ନିହାତି ଜରୁରୀ ତଥା ଫଳପ୍ରଦ ରହିବ । ଏଥିସହିତ ଆପଣଙ୍କୁ ଆଉ ଲିଙ୍କ କରିବାର ଶେଷ ତାରିଖର ଚିନ୍ତା ମଧ୍ୟ ରହିବ ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏଭଳି ୪ଟି ବିଶେଷ ତାରିଖ ସଂପର୍କରେ ଯା...